Odia News Portal

କଳାହାଣ୍ଡି ସମାବେଶକୁ ନେଇ ରାଜନୀତି

ଭୁବନେଶ୍ୱର: କଳାହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତାଙ୍କ ବର୍ଜନ । ମୁଖ୍ୟମନ୍ତ୍ରୀ ଅଲଗା ମଞ୍ଚରେ ବସିବାକୁ ବିରୋଧ କରି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ ସେ ବିରୋଧ କରୁଛନ୍ତି । ଲୋକଙ୍କ ଟଙ୍କାକୁ ସରକାର ଦଳୀୟ ପ୍ରଚାରରେ ଲଗାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ବିଡିଓମାନଙ୍କ ଜରିଆରେ ପ୍ରଚାର କରୁଛନ୍ତି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି । ଲୋକ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ୨୦୧୩ରେ ସେଠି ଉଠା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । ତାହା ଏବେ ସମ୍ପୂର୍ଣ୍ଣ ଦିଗହରା । ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନଥିବା କଥା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।