Odia News Portal

ଟିକା ପାଇଁ ଠେଲାପେଲା, ଚେତାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଛି। ସେଥିପାଇଁ ଲୋକେ ଟିକା ନେବାକୁ ଆତୁର। ଫଳରେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ସକାଳୁ ପ୍ରବଳ ଭିଡ଼ ଲଗାଉଛନ୍ତି। ଟିକାକରଣ କେନ୍ଦ୍ରରେ କୋଭିଡ୍‌ ନିୟମାବଳୀକୁ ନ ମାନି ଆଗୁଆ ଟିକା ନେବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ଚାଲିଛି। ପୋଲିସ ମଧ୍ୟ ଏହି ଭିଡ଼କୁ ନିୟନ୍ତ୍ରଣ କରିପାରୁ ନାହିଁ। ପଞ୍ଜୀକୃତ ବ୍ୟକ୍ତି କେଉଁଦିନ ଓ କେଉଁଠି ଟିକା ନେବେ ସେ ନେଇ ମୋବାଇଲ୍‌କୁ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଲୋକେ କୌଣସି ସୂଚନା ପାଇପାରୁ ନ ଥିବାରୁ ନିକଟସ୍ଥ ଟିକା କେନ୍ଦ୍ରରେ ଗହଳି ବଢ଼ୁଛି। ଏହାଦ୍ୱାରା କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

କେନ୍ଦୁଝର ଜିଲା ଆନନ୍ଦପୁର ଟିକାକରଣ କେନ୍ଦ୍ରରେ ମଧ୍ୟ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ସାମାଜିକ ଦୂରତା ଭୁଲି ଟିକା ପାଇଁ ପ୍ରବଳ ଗହଳି ଲଗାଇଥିଲେ। ସ୍ଥିତି ଏଭଳି ହୋଇଥ୍‌ତ୍ଲା ଯେ ଭ୍ୟାକ୍ସିନେଶନ ସେଣ୍ଟରରେ ୧୫୦ ଟିକା ଥିବା ବେଳେ ହଜାରେରୁ ଅଧିକ ଲୋକ ଭିଡ଼ ଜମାଇଥିଲେ। କେହି କେହି ରାତି ୨ଟାରୁ ଆସି ଲାଇନ ଲଗାଇଥିବା ଜଣାପଡ଼ିଛି।SHARE

ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ସୋମବାର ଲୋକେ ଟିକା ନେବାକୁ ଠେଲାପେଲା ହେଉଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପଞ୍ଜୀକରଣ ନ କରି ହସ୍ପିଟାଲକୁ ଟିକା ନେବାକୁ ଆସିଥିଲେ। ଭୋର ୪ଟାରୁ ପଞ୍ଜୀକରଣ କରିବାକୁ ଲମ୍ବା ଲାଇନ ଲାଗିଯାଉଛି। ଦୈନିକ ୪୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ଥିବାବେଳେ ୨୦୦୦ ଲୋକ ଲାଇନରେ ଛିଡ଼ା ହୋଇଥିଲେ। ଫଳରେ ପଞ୍ଜୀକରଣ ସରିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।
ବାସୁଦେବପୁର ଭଳି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଟିକା ନେବା ପାଇଁ ଲୋକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ଲୋକମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଟିକା ନେବା ପାଇଁ ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା।

ସେହିପରି ଅ ।ରଡି ମେଡିକାଲର ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ଅପ୍ରେଲ ମାସ ୨୦ ସୁଧା ୩ହଜାର ୬ଶହ ୩୬ଜଣ ପ୍ରଥମ ଟିକା ନେଇଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କାହାର ୨ମାସ ବିତିଲାଣି ତ ଅ । କାହାର ଦେଢମାସ ହେଲାଣି । ୨ୟ ଡୋଜ ଟିକା କେତେ କାମ ଦେବ ତାହା ଲୋକଙ୍କୁ ସନେ୍ଦହ ଘେରରେ ପକାଇଛି । ବିଶେଷକରି ବାହାରୁ ଫେରୁଥିବା ପ୍ରବାସୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି ।
ମେଡିକାଲରେ ଅ ।ବଶ୍ୟକତା ଅନୁଯାୟୀ କିଟ ନଥିବାରୁ
ଟେଷ୍ଟି ପାଇଁ ସକାଳୁ ସଂଞ୍ଜ ଯାଏଁ ଭିଡ ଜମୁଛି ମେଡିକାଲ
ପରିସରରେ । ଏହି ଅ ।ରଡି ମେଡିକାଲ ଉପରେ ·ନ୍ଦବାଲି
ଓ ତିହିଡ ବ୍ଲକର ୧୫ପଞ୍ଚାୟତର ଲୋକଙ୍କ ସହ ପଡୋଶୀ
କେନ୍ଦ୍ରାପଡା ଓ ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳର ଲୋକ
ନିର୍ଭର କରିଥାନ୍ତି । ବହୁ ଦୂରଦୂରାନ୍ତରରୁ ଅ ।ସୁଥବା ଳୋକ
ଟିକା ନପାଇ ନିରାସ ହେଉଥିବା ମଧ୍ୟ ଅବିଯୋଗ ହୋଇଛି

ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ଏଠାରେ ୨ୟ ପର୍ଯ୍ୟାୟ ଭ୍ୟାକସିନ ନେବା ପାଇଁ ୪୫ ବର୍ଷରୁ
ଉର୍ଦ୍ଧ ଲୋକେ ରାତି ୪ରୁ ଛିଡା ହୋଇଥିବା ଦେଖିବାକୁ ମିଳିଛି
ା ଫଳରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବରୀ ବିଡିଓ ଓ
ବରୀ-ରାମଚନ୍ଦ୍ରପୁର ପୋଲିସ ଘଯଣାସ୍ଥଳରେ ପଂହଚି
ଭିଡକୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ତେବେ
ଆଜି ୩୮୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଭ୍ୟାକସିନ ଦିଆଯାଇଥିବା
ଜଣାପଡିଛି । ଅନ୍ୟମାନଙ୍କୁ ଆସନ୍ତା କାଲି ଭ୍ୟାକସିନ
ଦିଆଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା
ଦିଆଯାଇଛି ।
ପୁରୀ ସହରରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଟୀକା ନେବାପାଇଁ ଓ କରୋନା ପରୀକ୍ଷା କରିବା ପାଇଁ ବିଭିନ୍ନ ବୁଥରେ ଭିଡ଼ ଲାଗିରହୁଛି । ଏହାକୁ ନେଇ ଅନେକ ଥର ଅପି୍ରତିକର ଘଟଣା ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା
ଦେଇ କହିଛନ୍ତି ଯେ, ସକାଳ ୬ଟାରୁ ୨୦୦ ଜଣଙ୍କୁ ଟୀକା ପାଇଁ ଟୋକନ୍ ଦିଆଯିବ । ଅନ୍ୟମାନେ ଫେରିଯିବା ପାଇଁ ପରାମର୍ଶ ଦିଆଯାଇଛି । ଟୀକାଦାନ କେନ୍ଦ୍ରରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେସନ ପ୍ରତି ଗୁରୁତ୍ୱ
ଦିଆଯିବ । ଏହାସହ ଆନ୍ଧ୍ରରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ୱାରେଂଟାଇନରେ ରଖାଯିବା ନେଇ ଜିଲ୍ଲାପାଳ କହିଛନ୍ତି । ପରୀକ୍ଷା ରିପୋର୍ଟ ନେଗେଟିଭ୍ ଥିଲେ ହୋମ୍ କ୍ୱାରେଂଟାଇନ ଓ ପଜେଟିଭ୍ ଥିଲେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯିବ