Odia News Portal

ପିପିଲି ଭୋଟ: ୬ ଇଭିଏମରେ ତ୍ରୁଟି

ପିପିଲି: ପିପିଲି ଉପନିର୍ବାଚନ ଲାଗି ଚାଲିଛି ମତଦାନ । ଏହାରି ଭିତରେ ଜଣାପଡ଼ିଛି କି ୬ଟି ଇଭିଏମରେ ତ୍ରୃଟି ରହିଛି । ଏହାକୁ ନେଇ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । କୌଶଲ୍ୟାପୁରର ୧୫୪ ନମ୍ବର ବୁଥ, ପୁବାର ୧୫୮ ନମ୍ବର ବୁଥ, ଲକ୍ଷ୍ମୀନାରାୟଣପୁରର ୧୬୧ ନମ୍ବର ବୁଥ, କୁଞ୍ଜରର ୧୬୭ ନମ୍ବର ବୁଥ, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥରେ ଇଭିିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ ବୁଥ୍ କରାଯାଇଛି। ୩୪୮ଟି ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।
ସକାଳ ୭ଟାରୁ ବୁଥ୍ ଗୁଡ଼ିକରେ ଲୋକେ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ଫଳରେ ଉକ୍ତ ବୁଥ୍ ଗୁଡ଼ିକରେ କିଛି ସମୟ ଧରି ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।
୧୩୯-ଇ, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି।