Odia News Portal

ପିପିଲିରେ ବିଜେଡି ଭୋଟର ପିଛା କେତେ ଟଙ୍କା ବାଣ୍ଟିଲେ, ସୁର ଦେଲେ ହିସାବ, ଦେଖନ୍ତୁ ପୁରା ଭିଡିଓ

ଭୁବନେଶ୍ୱର: ନିକଟରେ ସରିଛି ପିପିଲି ଉପନିର୍ବାଚନ । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଫଳାଫଳ । ତେବେ ଏହା ପୂର୍ବରୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାତ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ପିପିଲିରେ ବିଜେଡି ପ୍ରବଳ ଟଙ୍କା ବାଣ୍ଟିଛି । ପାଖାପାଖି ୧୨ କୋଟି ଟଙ୍କା ଖର୍ଚ୍ଚ କରିଛି ଦଳ । ଭୋଟର ପିଛା ବିଜେଡି ୩ ହଜାର ଟଙ୍କା ଲେଖାଏଁ ବାଣ୍ଟିଛି । ଏପରିକି ମଦ ମାଂସର ଆସର ମଧ୍ୟ ଜମିଛି । ସେପଟେ ବିଜେପି ଭୋଟର ପିଛା ୨ ହଜାର ଟଙ୍କା ଲେଖାଏଁ ବାଣ୍ଟିଥିବା କହିଛନ୍ତି ସୁର । କଂଗ୍ରେସ ଏହି ଦୁଇ ଦଳଠାରୁ ପଛରେ ପଡିଯାଇଛି । କେବଳ ଭୋଟରଙ୍କୁ ହାତ ଯୋଡ଼ି ଭୋଟ ଭିକ୍ଷା କରିଥିବା କହିଛନ୍ତି ସୁର ।