Odia News Portal

ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବେ ମୋଦୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବା ସହ ସ୍ଥିତିର ସମୀକ୍ଷା କରିବେ ମୋଦୀ । ସକାଳ ୮ଟା ୫୦ରେ ନୂଆଦିଲ୍ଲୀରୁ ବାହାରି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଁଚିବାର ସମୟ ଧାର୍ଯ୍ୟ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ଆସିବେ । ଭୁବନେଶ୍ୱରରେ ପହଁଚିବା ପରେ ଦିନ ୧୧ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୋଦୀ । ଏହି ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।ସେହିଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ ପାଇଁ ଦିନ ୧୨ଟା ୧୦ ରେ ବାହାରିବେ ମୋଦୀ ।ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତି ନେଇ ଗତକାଲି ମଧ୍ୟ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।