Odia News Portal

କରୋନାରେ ଆକ୍ରାନ୍ତ ହେଲେ କବି ଜୟନ୍ତ ମହାପାତ୍ର

*ଆଶୁ ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ବରିଷ୍ଟ କବି ଜୟନ୍ତ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ୯୦ ବର୍ଷୀୟ କବି ଜୟନ୍ତ ମହାପାତ୍ର କରୋନାରେ ଆକ୍ରାନ୍ତ ହେବାପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।ସେ କିଛିଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ । କୋଭିଡ୍ ଚିହ୍ନଟ ହେବା ପରେ ଏସ୍‌ସିବିରେ ଅକ୍ସିଜେନ୍ ସପୋର୍ଟରେ ରେ ଅଛନ୍ତି ଶ୍ରୀ ମହାପାତ୍ର ।ତେବେ ତାଙ୍କ ଅସୁସ୍ଥତା ବିଷୟରେ ଅବଗତ ହେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଶୁ ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ତାଙ୍କୁ ୨୦୦୯ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ଶ୍ରୀ ମହାପାତ୍ରଙ୍କ ଭାରତୀୟ ଗ୍ରୀଷ୍ମ ଏବଂ କ୍ଷୁଧା ଭଳି କବିତା ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି।