Odia News Portal

ଆହତ ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ଗତକାଲି ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ଭେଟିଛନ୍ତି ପୋଲିସ ଡିଜି ଅଭୟ । ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଡିଜି । ସେପଟେ ଆଜି ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ମଧ୍ୟ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ଗୋଛାପଡ଼ାରେ ଗତକାଲି ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ । କୋରାପୁଟ ଗସ୍ତରେ ଥିବା ବେଳେ ପୋଲିସ ଡିଜି ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଇଥିଲେ । ଭୁବନେଶ୍ୱର ଏମ୍ସରେ ସେମାନଙ୍କୁ ଭର୍ତ୍ତି କରିଥିଲେ ।