Odia News Portal

ମହିଳା ଓ ଶିଶୁ ହିଂସା ରୋକିବ ସ୍ପେଶାଲ ୱିଙ୍ଗ

ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହାସହ ସଡକ ସୁରକ୍ଷା ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଡକ ଦୁର୍ଘଟଣାରେ ଅନେକ ପ୍ରାଣହାନୀ ହେଉଛି । ଏଥିପାଇଁ ପ୍ରତିକାରମୂଳକ ପଦକ୍ଷେପ ଓ ଜନସଚେତନା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଦୋଷୀ ସାବ୍ୟସ୍ତ ହାର କମୁଥିବା ଉଦଗେବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୋଷୀ ସାବ୍ୟସ୍ତ ହାର ବଢାଇବାକୁ ସବୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।