Odia News Portal

ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ: ଆଜି ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଛି । କଟକ ଏସସିବି କୋଭିଡ୍ ହସ୍ପିଟାଲରେ ପରଲୋକ । ଆଜି ଅପରାହ୍ନ ୪ଟା ୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି | କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରୀ ରାଓ | ତେବେ ସେ ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବା ଶ୍ରୀ ରାଓଙ୍କ ଝିଅ ସୂଚନା ଦେଇଛନ୍ତି | ତେବେ ମଣିଷପଣିଆରେ ଭରପୁର ଥିଲେ ଶ୍ରୀ ରାଓ । ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ ଏବଂ ସାହାଯ୍ୟ କରୁଥିଲେ । ଚା ଦୋକାନରୁ ପ୍ରାପ୍ତ ଅର୍ଥରେ ଗରିବ ବସ୍ତି ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଛନ୍ତି ଶ୍ରୀ ରାଓ |

ଶ୍ରୀ ରାଓଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପ୍ରକାଶ ରାଓଙ୍କ ସହ ତାଙ୍କର ଏକ ଫଟୋ ଟ୍ୱଇଟ୍ କରି ଶୋକ ପ୍ରକାଶ କରିଛନ୍ତି ମୋଦି | ମୋଦି ଶ୍ରୀ ରାଓଙ୍କ ଉଦ୍ଦେଶ୍ୟରେ କହିଛନ୍ତି,ପ୍ରକାଶ ରାଓଙ୍କ କାର୍ଯ୍ୟ ଅନ୍ୟମାନଂକ ପାଇଁ ପ୍ରେରଣାଦାୟୀ ରହିବ | ସଶକ୍ତିକରଣ ପାଇଁ ଶିକ୍ଷାକୁ ଏକ ବଡ଼ ମାଧ୍ୟମ ଭାବେ ସେ ଦେଖିଥିଲେ |ତାଙ୍କ ସହ କଟକରେ ଦେଖା ବେଳର ସ୍ମୃତି ଏବେ ବି ମନେପଡ଼େ |ଏହା ସହ ପରିବାର ଏବଂ ପରିଜନଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ |

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ , ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି |ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରକାଶ ରାଓଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ବିଭିନ୍ନ ଦଳର ରାଜନେତା ଶୋକ ପ୍ରକାଶ କରିଛନ୍ତି । ପ୍ରକାଶ ରାଓଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଛି ।