Odia News Portal

କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କମୁନି କରୋନା । ଜାରି ରହିଛି କଟକଣା । ଆସନ୍ତାକାଲି ଅଥବା ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପୁରି ମନା । କୌଣସି ମଠ, ଲଜ୍ କିମ୍ବା ଧର୍ମଶାଳାରେ ହବିଷ୍ୟାଳିଙ୍କୁ ନରଖିବାକୁ ତାଗିଦ କରିଛନ୍ତି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ । ଘରେ ବ୍ରତ ପାଳନ କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହାସହ ଦଶହରା ପାଇଁ ୧୫ ତାରିଖରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବର ମାସର ପ୍ରତି ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦିନରେ କରୋନା ମହାମାରୀକୁ ନେଇ ଶ୍ରୀମନ୍ଦିର ବିଶୋଧନ କରାଯିବ । କୁମାର ପୁର୍ଣ୍ଣିମା ଅର୍ଥାତ୍ ୨୦ ତାରିଖ ବୁଧବାର ଦିନ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ଖୋଲା ରହିବ । ନଭେମ୍ବର ମାସ ୪ ତାରିଖରେ ପଡ଼ୁଥିବା ଦୀପାବଳୀ, ୧୫ରେ ବଡ଼ ଏକାଦଶୀ ଓ ୧୯ରେ କାର୍ତିକ ପୁର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିବ । ପୂର୍ବ ଭଳି ସକାଳ୭ଟାରୁ ରାତି ୯ଟା ଯାଏଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶକ କରିପାରିବେ । କୋଭିଡ଼ କଟକଣାକୁ ନେଇ ଆଗରୁ ଯେଉଁ ଗାଇଡ଼ଲାଇନ ଜାରି ହୋଇଥିଲା ତାହା ବଳବତର ରହିବ ବୋଲି ସୂଚନା ଦିଆଯାଇଛି ।