Odia News Portal

ରାଜନଗର ପ୍ରେସ କ୍ଲବ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

ରାଜନଗର : ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା ଓଡ଼ିଶାବାସୀ ଅରିନ୍ଦମଙ୍କ ଲାଗି ଶୋକପ୍ରକାଶ କରିଛନ୍ତି । ଏହି ଅବସରରେ ଅରନ୍ଦମ ଦାସଙ୍କୁ ରାଜନଗରର ସାମ୍ବାଦିକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅରିନ୍ଦମଙ୍କ ଅମର ଆତ୍ମାର ସତଗତି ନିମନ୍ତେ ରାଜନଗର ପ୍ରେସ ପରିବାର ତରଫରୁ ଏକ ନିରବ ପ୍ରାଥନା କରିବା ସହିତ ଅରିନ୍ଦମ ଙ୍କର ଅମର ଆତ୍ମାର ସଦଗତି ଜ୍ଞାପନ କରିଥିଲେ । ସେଠାରେ ଦିବଙ୍ଗତ ଅରିନ୍ଦମଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା କରଯାଇଥିଲା । ଏଥିସହ ସାମ୍ବାଦିକ କ୍ଷେତ୍ରରେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ସାହସିକତା ସ୍ମୃତିଚାରଣ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ କାର୍ୟ୍ୟରତ ସାମ୍ବାଦିକମାନେ ଯୋଗ ଦେଇ ଅମରଆତ୍ମାର ସଦଗତି କମନା କରିଥିଲେ ।ଏହି ସଭାରେ ସାମ୍ବାଦିକ ବସନ୍ତ କୁମାର ହାତୀ ସଭାପତିତ୍ୱ କରିଥିବାବେଳେ ସାମ୍ବାଦିକ ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ତ୍ରିଲୋଚନ ଦାସ, ପ୍ରଭାକର ସାମଲ, ପିଣ୍ଟୁ ମହାରଣା, ଅଲେଖ ପରିଡା, ମେଘଶ୍ୟାମ ଦାସ, ଅଭିରାମ ଦାସ,ରାଜେନ୍ଦ୍ର ପଢିହାରୀ ଯୋଗ ଦେଇ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କରିଥିଲେ ।