Odia News Portal

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ. ଏଇ ଅବସରରେ ସେ ରାଜ୍ୟପାଳଙ୍କୁ ନିଜେ ଆଙ୍କିଥିବା ତାଙ୍କର ପ୍ରତିଛବିକୁ ପ୍ରଦାନ କରିଛନ୍ତି. ପ୍ରିୟଙ୍କା ସାଧା କାଗଜ ଉପରେ ଏକ୍ରିଲିକ, ୱାଟର କଲର, ମାର୍କରଇତ୍ୟାଦି ଦ୍ୱାରା ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କ ଛବିକୁ ଜୀବନ୍ତ ରୂପ ଦେଇଛନ୍ତି. ଏଇଥି ପାଇଁ ତାଙ୍କୁ ଚାରି ଦିନ ସମୟ ଲାଗିଥିଲା. ଫୋଟୋ ଫ୍ରେମରେ ଓଡିଶାର କଳା, ସଂସ୍କୃତି ଓ କାରୁକାଯ୍ୟ କୁ ସ୍ଥାନ ଦେଇଛନ୍ତି ଯଥା ସମ୍ବଲପୁରୀ ପଶାପାଲି ଡିଜାଇନ, ପଟ୍ଟଚିତ୍ର, କୋଣାର୍କ ଚକ୍ର, ସୋନପୁରୀ ପାଟ,ସଉରା ଆର୍ଟ, ଚାନ୍ଦୁଆ ଡିଜାଇନ ଇତ୍ୟାଦି ସାଙ୍ଗରେ ରାଜ୍ୟପାଳଙ୍କର ନିଖୁଣ ଚିତ୍ର ଆଙ୍କିଛନ୍ତି. ତା ସହିତ ଦଶଟଙ୍କିଆ ମୁଦ୍ରାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଙ୍କ ସୁନ୍ଦର ମିନିଏଚର ଆର୍ଟ କରି ରାଜ୍ୟପାଳଙ୍କୁ ଭେଟି ଦେଇଛନ୍ତି. ତା ସହ ବିଗତ ଗୋଟିଏ ବର୍ଷ ହେଲା ପ୍ରିୟଙ୍କା ତିଆରି କରିଥିବା ସମସ୍ତ କଳାକୃତିର ଏକ ବୂକଲେଟ ମଧ୍ୟ୍ୟ ପ୍ରଦାନ କରିଛନ୍ତି. ଏହି ସବୁ ଦେଖିବା ପରେ ରାଜ୍ୟପାଳ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରିୟଙ୍କାଙ୍କୁ ଆହୁରି ଆଗକୁ ଯିବାପାଇଁ ପ୍ରୋତ୍ସାହିତ କରିଛନ୍ତି. ପ୍ରିୟଙ୍କା ମଧ୍ୟ ରାଜ୍ୟପାଳଙ୍କ ଆଶୀର୍ବାଦ ଏବଂ ପ୍ରଶଂସା ସାଉଁଟି ନିଜକୁ ଗର୍ବିତ ମନେ କରିଛନ୍ତି.