Odia News Portal

ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ବଲ୍ ଟାମ୍ପରିଂ ଅଭିଯୋଗ ରେ ଜାଡେଜାଙ୍କୁ ଲାଗିଲା ଜୋରିମାନା

ଭାରତ ନାଗପୁର ଟେଷ୍ଟ ମ୍ୟାଚକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତି ନେଇଛି । ଟିମ୍ ଇଣ୍ଡିଆର ଫ୍ୟାନ୍ସ ବିଜୟ ଉତ୍ସବ ମନାଉଥିବା ବେଳେ ଆଇସିସି ଏକ ନିରାଶ ଭଳି ଖବର ଦେଇଛି । ଆଇସିସି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଇଛି । ଆଇସିସି ଜାଡେଜାଙ୍କୁ ଲେବଲ-୧ ନିୟମ ଉଲ୍ଲଙ୍ଘନ କରିବା ଦୋଷୀ ପାଇଁ ଏହି ଜରିମାନା ଲଗାଇଛି । ଏହି ମ୍ୟାଚରେ ୭ ଓ୍ଵିକେଟ ଏବଂ ୭୦ ରନ୍ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆଓ୍ଵାର୍ଡ ଦିଆଯାଇଛି ।
୯ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସର ୪୬ ଓଭରରେ ଜାଡେଜା ନିଜ ଆଙ୍ଗୁଠିରେ କ୍ରିମ୍ ଲଗାଉଥିବା ଦେଖିବାକୁ ମିଳିଥିଲା । ଜାଡେଜା ମହମ୍ମଦ ସିରାଜଙ୍କ ଠାରୁ କିଛି କ୍ରିମ ଆଣି ଆଙ୍ଗୁଠିରେ ଲଗାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରଲ ହୋଇଥିଲା। ଭିଡିଓ ଭାଇରଲ ହେବା ପରେ ଅଷ୍ଟ୍ରେଲିଆ ମଡିଆରେ ରବୀନ୍ଦ୍ର ଜାଡେଜାଙ୍କୁ ଚିଟର ବୋଲି କହିଥିଲା । କିନ୍ତୁ ଏହାକୁ ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କହିଥିଲା କି, ଜାଡେଜାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ତେଣୁ ସେ ହାତରେ କ୍ରିମ୍ ଲଗାଉଥିଲେ । କିନ୍ତୁ ଏହା ମଇଦାନକୁ ଅମ୍ପାୟରଙ୍କ ଅନୁମତି ବିନା ଦିଆଯାଇଥିଲା ।
ଆଇସିସି କହିଛି କି, ଜାଡେଜା ତାଙ୍କ ଭୁଲ୍ ମାନିବା ସହିତ ଆଇସିସି ମ୍ୟାଚ ରେଫରୀ ଆଣ୍ଡ୍ ପ୍ରୋୟକ୍ରୋଫ୍ଟ ଦ୍ୱାରା ଦିଆଯାଇଥିବା ସଜାକୁ ମଧ୍ୟ ଗ୍ରହଣ କରିଥିଲେ। ତେଣୁ କୌଣସି ଅଫିସିଆଲ ଶୁଣାଣି ହୋଇନଥିଲା । ଜାଡେଜା ଆଘାତ ଯୋଗୁଁ ଆଙ୍ଗୁଠିରେ କ୍ରିମ ଲଗାଇଥିଲେ। ବଲ୍ ଟାମ୍ପରିଂ ସହିତ କୌଣସି ସଂପର୍କ ନାହିଁ ବୋଲି ମ୍ୟାଚ୍ ରେଫରୀ ମଧ୍ୟ ଗ୍ରହଣ କରିଥିଲେ ।
ଜାଡେଜା ଏହି ମ୍ୟାଚ୍ରେ ଜବରଦସ୍ତ କମବ୍ୟାକ୍ କରିଥିଲେ । ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଚୟନ କରାଯାଇଥିଲା । ଜାଡେଜା ପ୍ରଥମ ଇନିଂସରେ ୨୨ ଓଭରେ ୪୭ ରନ ଦେଇ ୫ ଟି ଓ୍ଵିକେଟ ନେଇଥିଲେ । ସେହିପରି ବ୍ୟାଟିଂରେ ୭୦ ରନ୍ କରି ଦ୍ୱିତୀୟ ଇନିଂସରେ ୨ଟି ଓ୍ଵିକେଟ ନେଇଥିଲେ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡି କଙ୍ଗାରୁ ଦଳର ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଆଉ ମ୍ୟାଚର ହିରୋ ସାଜିଛନ୍ତି ଏହି ଦୁଇ ଷ୍ଟାର ଖେଳାଳି । ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି ଭାରତ।