Odia News Portal

ମେ’ ଶେଷ ସୁଦ୍ଧା ରାଜ୍ୟରେ କମିବ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ସମୟରେ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ବଢ଼ୁଛି । ଟେଷ୍ଟିଂ ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ ।ମେ ୧୫ରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସେ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଯେତିକି ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହେବେ ନଚେତ ପ୍ରାଣ ହରାଇବେ । ସେହି ଅନୁପାତରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି । ମେ ମାସ ଶେଷବେଳକୁ ରାଜ୍ୟରେ ସଂକ୍ରମଣର ମାତ୍ରା କମିବ ବୋଲି ଆଶା କରାଯାଉଛି ।