Odia News Portal

ଟପ୍ ୧୦ରୁ ବାହାରିଲେ ବିରାଟ କୋହିଲି

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଟି-୨୦ ସିରିଜ ଶେଷ କରିଛି । ଯେଉଁଥିରେ ଦଳ କ୍ଲିନ୍ ସୁଇପ୍ କରିଛି । ତେବେ ଏହାପରେ ଏବେ ସଦ୍ୟ ପ୍ରକାଶିତ ଟି-୨୦ ରାକିଙ୍ଗରେ ଦଳର ଅଧିନାୟକଙ୍କୁ ମିଳିଛି ବଡ ଫାଇଦା । ଆଇସିସି ଟି-୨୦ ରାକିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି ଟି-୨୦ ଅଧିନାୟକ ରୋହିତ ଶର୍ମା । ଅନ୍ୟପଟେ ବିରାଟ କୋହଲି ଏବେ ଟି-୨୦ ରାକିଙ୍ଗରେ ତଳକୁ ଖସିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ଅଧିନାୟକ ରୋହିତ ଶର୍ମା । ତିନୋଟି ଇଂନିସରେ ସେ ଦୁଇଟି ଅର୍ଦ୍ଧଶତକ ସହ ମ୍ୟାନ ଅଫ ଦ ସିରିଜ ଟ୍ରଫି ହାତେଇଥିଲେ । ତିନୋଟି ମ୍ୟାଚରେ ସେ ଯଥାକ୍ରମେ ୫୬,୫୫ ଓ ୪୮ ରନ୍ କରିଥିଲେ । ଏହାଫଳରେ ଏବେ ସେ ଆଇସିସି ଟି-୨୦ ରାକିଙ୍ଗର ୧୫ ତମ ସ୍ଥାନରୁ ଉଠି ଏବେ ୧୩ ତମ ସ୍ଥାନରେ ପହଞ୍ଚିଛନ୍ତି ।