Odia News Portal

ଡ.ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୌର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ । ବିଶେଷ କରି ମହାନଗର ନିଗମ ନିର୍ବାଚନକୁ ନେଇ ଶାସକ ବିଜେଡିଠୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ଘୋଷଣା  ଜାରି ରହିଛି । ରବିବାର ସକାଳେ ବିଜେପି କଟକର ମେୟର ପ୍ରାର୍ଥୀ ଭାବେ ଅଭିନେତା ତଥା ଦଳୀୟ ନେତା ଶ୍ରୀତମ ଦାସଙ୍କୁ ପ୍ରାର୍ଥୀ କରିବା ପରେ ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି। ଦଳ ଡକ୍ଟର ସବିତା ସୁଆରଙ୍କୁ ପ୍ରାର୍ଥୀ କରିଛି । ବିଜେପି ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମେ ନାଁ ଘୋଷଣା ହୋଇଛି ।

ଗତକାଲି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି । କଂଗ୍ରେସ ତରଫରୁ ଏ ଯାଏ ମେୟର ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଗତକାଲି ବିଜେଡି କଟକ, ଭୁବନେଶ୍ଵର ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା।

ଏହା ପରେ ବିଜେପି ମଧ୍ୟ କଟକ, ଭୁବନେଶ୍ଵର ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ଦଳ ଭୁବନେଶ୍ଵର ପାଇଁ ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ ଶ୍ରୀତମ ଦାସଙ୍କୁ କଟକର ମେୟର ପ୍ରାର୍ଥୀ ଘୋଷଣା କରିଛି। ଆଜି ଡକ୍ଟର ସବିତା ସୁଆରଙ୍କୁ ବ୍ରହ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ବିଜେଡି ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଟକ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଛି। ସେହି ପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ।