Odia News Portal

ଡବ୍ଲୁପିଏଲର ଦାୟିତ୍ୱଭାର ଗ୍ରହଣ କରିବା ପାଇଁ ଉତ୍ସାହିତ ସାନିଆ

ଟେନିସ୍‌ରୁ ଅବସର ନେବା ପରେ ସାନିଆ ମିର୍ଜା ମୁମ୍ବାଇରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ପାଇଁ ଅଧିକ ଉତ୍ସାହିତ ଅଛନ୍ତି। ଡବ୍ଲୁପିଏଲ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମେଣ୍ଟର ଭାବେ ସାନିଆ ନିଯୁକ୍ତି ପାଇଛନ୍ତି। ଏହି ନୂଆ ଦାୟିତ୍ବ ଉପରେ ସାନିଆ କହିଛନ୍ତି ଯେ ତାଙ୍କର କ୍ରିକେଟ୍‌ ଉପରେ କିଛି ଚିନ୍ତା କରିବାର ନାହିଁ। କେବଳ ଯୁବ ଖେଳାଳିଙ୍କୁ ଏଭଳି ଏକ ଆନ୍ତର୍ଜାତିକସ୍ତରରେ ଅଧିକ ଉତ୍ସାହ ଯୋଗାଇ ଦେବା ତାଙ୍କର ମୁଖ୍ୟ ଦାୟିତ୍ବ ରହିବ। ଏହିସ୍ତରରେ ଖେଳାଳିମାନଙ୍କ ଆଗରେ ଅନେକ ଟଙ୍କାର ପ୍ରବାହ ଆସିବ। ଗୋଟିକ ପରେ ଗୋଟିଏ ବିଜ୍ଞାପନ ସୁଟ୍‌ରେ ସେମାନେ ଆସିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିଭିରେ କେବେ ଆସିନାହାନ୍ତି ଓ ବିଜ୍ଞାପନ ପାଇଁ ସୁଟିଂ ବି କରିନାହାନ୍ତି। ତେଣୁ ଖେଳରୁ ଧ୍ୟାନ ଭଙ୍ଗ ହେବା ସ୍ବାଭାବିକ। ଏପରିକି ଖେଳାଳିଙ୍କଠୁ ଅନେକ ବ୍ୟକ୍ତି ବହୁତ କିଛି ଆଶା ରଖିଥି‌ବେ। ଏଭଳି ସମୟରେ ସେମାନେ ଚାପରେ ରହିବେ ଓ ଭୁଲ୍‌ କରିବସିବା ସମ୍ଭାବନା ରହିଛି। ତେଣୁ ଡବ୍ଲୁପିଏଲ୍‌ରେ ନିଜର ଅଭିଜ୍ଞତାକୁ ଖେଳାଳିମାନଙ୍କ ସହ ବାଣ୍ଟି ସେମାନଙ୍କୁ ଏହି ଧାରାରେ ପଡ଼ିବାରେ ଯେପରି କୌଣସି ଅସୁବିଧା ନହେବ ତାହା ଉପରେ ଧ୍ୟାନ ଦେବେ ବୋଲି ସାନିଆ କହିଛନ୍ତି।