Odia News Portal

କୃଷି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କରିଥିଲେ କୋର୍ଟ । କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ଏହି ୪ ଜଣିଆ କମିଟିରେ ସାମିଲ ଅଛନ୍ତି ।

୪ ସଦସ୍ୟ କୃଷି ଆଇନ ଉପରେ ରିପୋର୍ଟ ଦେବେ । କମିଟିରେ ଜିତେନ୍ଦ୍ର ସିଂ ମାନ୍, ପ୍ରମୋଦ ଯୋଶୀ, ଅନୀଲ ଧନୱନ୍ତ ସାମିଲ ଅଛନ୍ତି । ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।