Odia News Portal

କୋଭିଡ୍ ମୁକାବିଲା ପାଇଁ ୫ ଜିଲ୍ଲାରେ ୧୭ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତି ଧାରଣ କଲାଣି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବୃଦ୍ଧି ପାଉଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ ।

ବଲାଙ୍ଗୀର ଜିଲ୍ଲା କୋଭିଡ୍‌ ପରିଚାଳନା ଦାୟିତ୍ୱରେ ମହିଳା ଓ ଶିଶୁବିକାଶ ବିଭାଗ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅନୁସୂଚିତ ଜାତି, ଜନଜାତି ବିଭାଗ ଉପସଚିବ ଡ. ଶ୍ୱେତକୁମାର ଦାସ ନିୟୋଜିତ ହେବେ ।ସେହିଭଳି ନୂଆପଡା ଜିଲ୍ଲା ଦାୟିତ୍ୱରେ ୫ ଓଏଏସ୍‌ ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ବିଭାଗ ଏମ୍‌ଡି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଡ.ଚିତ୍ରସେନ ପଶାୟତ, କେବିକେର ଯୁଗ୍ମ ପ୍ରଶାସକ ନୃପରାଜ ସାହୁ, ରାୟଗଡା ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂ ଓ କୋଟପାଡ଼ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ନୂଆପଡା ଜିଲ୍ଲାରେ କାମ କରିବେ ।

ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ଓ କେନ୍ଦ୍ରାପଡାର ଅତିରିକ୍ତ ପିଡି, ଡିଆରଡିଏ ମନ୍ଦରଧର ମହାଲିକ ଓ ସର୍ଭେ ଆଣ୍ଡ ମ୍ୟାପ୍‌ ପବ୍ଲିକେଶନ ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମାନସିଂହଙ୍କୁ ବରଗଡ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ବିଶିକେଶନ ଦେହୁରୀ, ଅନୁଗୁଳ ଉପଜିଲ୍ଲାପାଳ ବାଇତୁରା ଦୀପ୍‌ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ପରିଚାଳନା ଦାୟିତ୍ୱ ତୁଲାଇବେ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରା କାମ କରିବେ ।