Odia News Portal

ଅଯଥା ଗହଳିକୁ ଯାଆନ୍ତୁନି, ବିପଦକୁ ଡାକନ୍ତୁନି

*ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା |

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଠାରୁ ଲାଗୁ ହେବାକୁ ଯାଉଛି ଲକଡାଉନ ଯାହାକୁ ନେଇ ଦୋକାନ, ବଜାରରେ ନାହିଁ ନଥିବା ଗହଳି ଦେଖିବାକୁ ମିଳୁଛି | ତେବେ ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଦୋକାନ ଆଗରେ ଭିଡ କରନ୍ତୁନାହିଁ କି ଗହଳି କରି ନିଜ ଜୀବନ ସହ ପରିବାରର ଜୀବନକୁ ବିପଦରେ ପକାନ୍ତୁ ନାହିଁ । ବୁଧବାର ଦିନ ସାରା ରାଜ୍ୟରେ ଲକଡାଉନ ଲାଗୁଥିବାରୁ ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ଏସଆରସି ।

ଏସଆରସି ଭିଡିଏ ବାର୍ତ୍ତା ଦେଇ କହିଛନ୍ତି ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଛି । ଏହାକୁ ନେଇ କୈଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତ ସୁବିଧା କରାଯାଇଛି । ଜନସାଧାରଣ ଯେପରି କୈଣସି ଅସୁବିଧାରେ ନପଡନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡାଉନ ଲାଗୁ ହେଲେ ମଧ୍ୟ ପ୍ରତିଦିନ ସକାଳେ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକନା ଖୋଲା ରହିବ । ଗହଳି ବଢିଲେ କରୋନା ବଢିବାର ଆଶଙ୍କା ରହିଛି । ଏଣୁ ଲୋକେ ସଚେତନ ରହିବା ପାଇଁ ଅପିଲ୍ କରିଛନ୍ତି ଏସଆରସି । ଲକଡାଉନ୍ ସମୟରେ ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିବ । ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି । ଏଣୁ ଲୋକେ ଅଯଥା ବ୍ୟସ୍ତ ନ ହୋଇ ସରକାରଙ୍କ ନିୟମ ମାନିବା ଉଚିତ୍ । । ଅଯଥା ଗହଳି ସ୍ଥାନକୁ ଯାଆନ୍ତୁନି, ବିପଦକୁ ଡାକନ୍ତୁନି । ଅତି ଜରୁରୀ ନହେଲେ ଲକଡାଉନରେ ବାହାରକୁ ଯାଆନ୍ତୁନି । କୋଭିଡ ଟେଷ୍ଟ, ଟୀକା ନେବାକୁ ଗଲେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି କହିଛନ୍ତି ଏସଆରସି ।