Odia News Portal

“ଆମ ଖୁସି ଆମ ସୁରକ୍ଷା” ପ୍ରୋଜେକ୍ଟ ଆରମ୍ଭ

ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦଘାଟନ କରିଛନ୍ତି । ଏସପି ସାଗରିକା ନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚିନ୍ତିତ ହେବା ଉଚିତ । ଏହି ପିଲାମାନଙ୍କର ସୁରକ୍ଷା,କଲ୍ୟାଣ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରିବାପାଇଁ ସୁନ୍ଦରଗଡ଼ ପୋଲିସ ଆଜି “ଆମ ଖୁସି ଆମ ସୁରକ୍ଷା” ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦଘାଟନ କରିଛନ୍ତି । ଏହାପରେ ଆଉ ୫ଟି ପୋଲିସ ଷ୍ଟେସନ ଭାସ୍ମା, ବଦଗାଁଓ, କୁତ୍ରା ଟାଉନ ଓ ବୀରମିତ୍ରପୁରକୁ ନିଆଯିବ । ପ୍ରୋଜେକ୍ଟ ଅଧୀନରେ ଜିଲ୍ଲାର ପ୍ରତ୍ୟେକ ପୋଲିସ ଷ୍ଟେସନକୁ NCPCR ର ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଶୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ।

ତେବେ ଏହି ପ୍ରୋଜେକ୍ଟର୪ ଟି ଉଦ୍ଦେଶ୍ୟ ହେଉଛି : ପ୍ରଥମତଃ – ପିଲାମାନଙ୍କ ନିକଟରେ ପୋଲିସ କର୍ମଚାରୀଙ୍କୁ ଅଧିକ ନିକଟତର କରିବା । ଯାହାଦ୍ଵାରା ସେମାନେ ଭୟଭୀତ ନହୋଇ ପୋଲିସକୁ ନିଜର ମନକଥା କହିପାରିବେ ।
ଦ୍ୱିତୀୟତଃ – ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାନସିକ ଯତ୍ନ ଓ ପରାମର୍ଶ ଦେଇ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ।
ତୃତୀୟତଃ- ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିବା ।
ଚତୁର୍ଥ – ଶିଶୁ ଅପରାଧକୁ ରୋକିବା ଓ ଶିଶୁ ସୁଧାରରେ ସହାୟତା ପାଇଁ କାର୍ଯ୍ୟ କରିବା ।

ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ୩ଟି ପର୍ଯ୍ୟାୟ ରହିଛି ସେଗୁଡିକ ହେଉଛି :

ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ- ପିଲାମାନଙ୍କୁ ଏକ ନିରାପଦ ଓ ଶାନ୍ତ ପରିବେଶ ଯୋଗାଇବା ପାଇଁ ଏକ ପୃଥକ ଗୃହ ରହିବ ଯାହାର ନାମ ଆନନ୍ଦ ଘର ରଖାଯାଇଛି । ଏହି ସ୍ଥାନରେ ଜଣେ ଚାଇଲ୍ଡ ୱେଲଫେୟାର ଅଫିସର୍ ଦାୟିତ୍ୱରେ ରହିବେ ।

କାପାସିଟି ବିଲଡିଂ- ଦୁଇଜଣ ମହିଳା କର୍ମଚାରୀଙ୍କୁ ଉଭୟ ଆଇନ ବିଶେଷଜ୍ଞ ତଥା ସାଇକୋଲୋଜି କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ତାଲିମ ପ୍ରଦାନ କରାଯିବ କାରଣ ଦୁର୍ବ୍ୟବହାର ଶିକାର ହେଉଥିବା ପୀଡ଼ିତା ଏହାର ସାମ୍ନା କରିପାରିବେ । ଏହି ତାଲିମ ମଦ୍ୟୁଲରେ ନାବାଳକ ଜଷ୍ଟିସ ଆକ୍ଟ ,POCSO ଆକ୍ଟ,ବାଲ୍ୟ ବିବାହ ଆଦି ରହିବ ।

କାମ୍ୟୁନିଟି ପାର୍ଟିସିପେଶନ- ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବାପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ପୋଲିସ ଷ୍ଟେସନକୁ ଆମନ୍ତ୍ରିତ କରାଯିବ । ସେମାନେ ପୋଲିସର କାର୍ଯ୍ୟକଳାପ ଓ ଭୂମିକା ବିଷୟରେ ଜାଣିପାରିବେ । ଏହି ପଦକ୍ଷେପକୁ ‘ୱାନ ଡେ ଆଟ ୟୋର ପୋଲିସ ଷ୍ଟେସନ’ କୁହାଯିବ ।