Odia News Portal

ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ‘ୟଶ’

*ଓଡିଶା ଉପରେ ପଡିବ ବାତ୍ୟାର ପ୍ରଭାବ ।
*୨୨ ତାରିଖରେ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ।

ଭୁବନେଶ୍ବର: ବଙ୍ଗୋପସାଗର ଦାନା ବାନ୍ଧୁଛି ପୁଣି ଏକ ବାତ୍ୟା । ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ‘ୟଶ’ । ଆସନ୍ତା ୨୬ରେ ଉପକୂଳରେ ପହଞ୍ଚିବା ବାତ୍ୟା । ସମୁତ୍ର ଭିତରକୁ ମତ୍ସଜୀବୀଙ୍କୁ ନଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଣ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ ବାତ୍ୟା କେଉଁ ସ୍ଥାନ ଛୁଇଁବ , ତାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ, ୨୨ତାରିଖରେ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ  ୨୨ରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ବାତ୍ୟା ପ୍ରଭାବରେ ଆସନ୍ତା ୨୫ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ ।ତେବେ ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।