Odia News Portal

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ । ମେଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ହୋଇ ମା’ ପୁଅ ଆତ୍ମହୂତି ଉଦ୍ୟମ କରିଛନ୍ତି । କିରୋସିନ ବୋତଲ ଧରି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ କାବୁ କଲା ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପଚରା ଉଚରା କରି ବୁଝୁଶୁଝା କରାଯାଉଛି । ମେଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ମା’ ପୁଅ ଅସନ୍ତୁଷ୍ଟ ଥିବା କହିଛନ୍ତି ।

ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ରୁ ବାଦ ପଡିବା ଅଭିଯୋଗ ରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ମା ପୁଅଙ୍କୁ ବୁଝାସୁଝା କରି ଉଠାଇନେଲା ପୋଲିସ।ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହେଇପାରିବାରୁ ମା ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ।ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ।