Odia News Portal

ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ସିଡନୀ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ନବଦୀପ ସାଇନୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ଅନ୍ୟପକ୍ଷରେ ଏହି ଟେଷ୍ଟ ମ୍ୟାଚରୁ କେଏଲ ରାହୁଲ ଆହତ ସମସ୍ୟା କାରଣରୁ ବାଦ ପଡିଛନ୍ତି । ସେହିପରି ପୂର୍ବରୁ ପେସ ବୋଲର ଉମେଶ ଯାଦବ ମଧ୍ୟ ଆହତ ଯୋଗୁଁ ଦଳରୁ ବାଦ ପଡି ଦଳର ଚିନ୍ତା ବଢାଇ ଦେଇଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହି ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ରେ ସିରିଜ ବରାବର ରହିଛି । ତେଣୁ ଏହି ମ୍ୟାଚକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବ । ଉଭୟ ଦଳ ପୂରା ପ୍ରସ୍ତୁତି ସହ କାଲି ମୈଦାନକୁ ଓହ୍ଲାଇବେ ।

ଭାରତୀୟ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ୱର ପୂଜାର, ହନୁମା ବିହାରୀ, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ. ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ, ନବଦୀପ ସାଇନି ଆଦି ଖେଳାଳିଙ୍କ ଚୟନ ହୋଇଛି |