Odia News Portal

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ କରୁଛନ୍ତି ।

ଗୁରୁବାର ରାତିରେ ଆମପାଣି ଥାନା କର୍ମଚାରୀ ପାଟ୍ରୋଲିଂ କରିବାକୁ ଯାଇଥିବା ସମୟରେ ଦୁଇ କଲରାପତରିଆ ବାଘ ଛୁଆ ଥାନା ପରିସରରେ ପଶି ଯାଇଥିଲେ। ଏପରିକି ଥାନା ମଧ୍ୟରେ ଥିବା ଗାଡ଼ିରେ ସ୍କ୍ରାଚ ମଧ୍ୟ କରିଥିଲେ । ତେବେ ଥାନା ଗାଡ଼ିରେ ହୋଇଥିବା ଚିହ୍ନ ଦେଖି ପୋଲିସ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲା । ଆଜି ବନ କର୍ମଚାରୀ ଥାନାକୁ ଆସି ବାଘ ଛୁଆର ପାଦ ଚିହ୍ନକୁ ଚିହ୍ନିଥିଲେ । ଏହାକୁ ନେଇ ଆତଙ୍କରେ ଅଛନ୍ତି ଆମପାଣି ଥାନାର ନିକଟବର୍ତ୍ତୀ ଗାଁ ଲୋକେ । ତେବେ ବାଘ ଆତଙ୍କ ଫଳରେ ରାତିରେ ଘରୁ ଏକୁଟିଆ ନ ବାହାରିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ।