Odia News Portal

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ

ଭୁବନେଶ୍ୱର: ଆଜି ନଭେମ୍ବର ୭। ଜାତୀୟ କ୍ୟାନସର ସଚେତନତା ଦିବସ । ବରଗଡଠାରେ କ୍ୟାନସର ରୋଗକୁ ରୋକ୍‌ ଲଗାଇବା ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାର ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ନିକଟରେ ପୂର୍ଣ୍ଣାଙ୍ଗ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ୯୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି। ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ,ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ରାଲିରେ ବାହାରି ଲୋକଙ୍କୁ କରୁଛନ୍ତି ସଚେତନ । ମହିଳା ମହାବିଦ୍ୟାଳୟଠାରେ ଚାଲିଥିଲା ସଭା । ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ବରଗଡ ଜିଲ୍ଲାରେ କିଭଳି କ୍ୟାନସର ରୋଗୀଙ୍କ ସଂଖ୍ୟା କମିବ ତାକୁ ନେଇ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା। ବିଭିନ୍ନ ଛାତ୍ରଛାତ୍ରୀ ହାତରେ ପ୍ଲାଗ୍‌ କାର୍ଡ ଧରି ସଚେତନ କରିଛନ୍ତି।