Odia News Portal

ଆଜି ପଞ୍ଜାବ-କୋଲକାତା ଟକ୍କର

ଦୁବାଇ: ଆଇପିଏଲ ମହାସମରରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । କର ବା ମର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ପ୍ଲେଅଫରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳର ବିଜୟ ନିଶ୍ଚିତ ଆବଶ୍ୟକ ରହିଛି । ଆଜି ଯେଉଁ ଦଳ ହାରିବ ସେହିସ ଦଳର ପ୍ଲେଅଫ ଆଶା ମଉଳିଯିବ । ତେବେ ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଉଭୟ ଯୁବ ଏବଂ ଅଭିଜ୍ଞ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଇବେ । ତେବେ ପଞ୍ଜାବର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏବଂ କେଏଲ ରାହୁଲଙ୍କ ଉପରେ ରହିବ କୋଲକାତାର ଟାର୍ଗେଟ । କାରଣ ଉଭୟ ସବୁବେଳେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରିଥାନ୍ତି ।

ସେପଟେ କୋଲକାତାର ଯୁବ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ସୁନିଲ ନରାୟଣ ଏବେ ବେଶ ଭଲ ବୋଲିଂ କରୁଛନ୍ତି । ସ୍ପିନ ସ୍ପେଲରେ କୋଲକାତା ଏବେ ଏକ ନମ୍ବର ସ୍ଥାନରେ ରହିଛି । ଏହାସହ ନୂଆକରି ଆଇପିଏଲରେ ନାଁ କମେଇଥିବା ଅଲରାଉଣ୍ଡର ଭେଙ୍କେଟସ ଆୟାର ମଧ୍ୟ ଏବେ ଦମଦାର ଫର୍ମରେ ରହିଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଦଳକୁ ଦେଉଛନ୍ତି ସଫଳତା ।

କୋଲକାତା ୧୧ଟି ମ୍ୟାଚ ଖେଳିଥିବା ବେଳେ ୫ ବିଜୟ ସହ ୧୦ ପଏଣ୍ଟ ପାଇଛି । ତେବେ ଦଳର ନେଟରନରେଟ ଭଲ ରହିଛି । ଯାହାକି ଦଳକୁ ଏକ ଭଲ ସ୍ଥାନରେ ରଖିଛି । ସେପଟେ ପଞ୍ଜାବ ୧୧ଟି ମ୍ୟାଚ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇଛି । ତେବେ ଚଳିତବର୍ଷ ଏଭଳି ସ୍ଥିତି ଅଛି କି ଗୋଟିଏ ଦଳ ୧୪ ପଏଣ୍ଟରେ ପ୍ଲେଅଫକୁ ଯିବ । ଏଣୁ ଏହାର ଦାବିଦାର ହିସାବରେ ପଞ୍ଜାବକୁ ସବୁ ମ୍ୟାଚ ବଡ଼ ବ୍ୟବଧାନରେ ଜିତିବାକୁ ହେବ ।