Odia News Portal

ଆମେରିକାରେ ୧୨ ରୁ ୧୫ ବର୍ଷ ପିଲାଙ୍କୁ ଟିକା

ଆମେରିକା: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଗତକାଲି ଆମେରିକାରେ ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଭାରତରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ(ବି-୧୬୧୭) କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ । ଏନେଇ ଫାଇଜର- ବାୟୋଏନଟେକ କୋଭଡି-୧୯ ଟିକାକୁ ଅନୁମତି ଦେଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିଷ୍ଟେଟର ଏହାପୂର୍ବରୁ ୧୬ ବର୍ଷ ଉପରକୁ ଲୋକଙ୍କୁ ଟିକା ଦେବାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏବେ ଏହି ଟିକାର ଖୋରାକ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ବୋଲି କୁହାଯାଇଛି । ଆମେରିକା ରାଷ୍ଟ୍ରପତି ଏହାକୁ କରୋନା ବିରୋଧ ଲଢେଇରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ।

କରୋନା ଭୂତାଣୁ ସଂକ୍ରମଣରେ ଏବେ ସାରା ବିଶ୍ୱରେ ୩.୩ ମିଲିୟନ ଲୋକଙ୍କର ଜୀବନ ଗଲାଣି । ଏହି ଭୂତାଣୁ କେବଳ ଲୋକଙ୍କର ଜୀବନ ନେଉ ନାହିଁ । ଭୂତାଣୁ ସଂକ୍ରମଣ ଫଳରେ ଅନେକ ଦେଶର ଅର୍ଥନୀତି ପୁରା ଧୂଳିସାତ ହେବାକୁ ବସିଛି । ହେଲେ କିଛି ଦେଶ ଏବେ ଟିକାକରଣ ଅଭିଯାନକୁ ଦ୍ରୁତ କରିବା ଫଳରେ ସେଠାରେ କିଛିମାତ୍ରାରେ କମ୍ ସଂକ୍ରମଣ ଦେଖିବାକୁ ମିଳିଛି ।