Odia News Portal

କୋଭିଡ୍ ମୁକାବିଲା ପାଇଁ ଡବ୍ଲୁଓଡିସିର ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କୋଭିଡ୍ ମହାମାରୀର ବ୍ୟାପକତା ସମୟରେ ଏହାକୁ ପ୍ରତିରୋଧ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନେକ ପଦକ୍ଷେପ ନିଆଯାଇଛି । ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଜନସାଧାରଣଙ୍କ ସହଯୋଗରେ ନିରନ୍ତର ଲାଗିଛନ୍ତି । ମହାମାରୀ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଆସ୍ଥାର ପ୍ରତୀକ ଭାବେ ପରିଚିତି ଅର୍ଜନ କରିଥିବାବେଳେ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବୋଲି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି ।  

ଆଜି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଭର୍ଚୁଆଲ୍ ମାଧ୍ୟମରେ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କଠାରୁ ମତାମତ ନେଇଛନ୍ତି ଏବଂ ବିଭିନ୍ନ ସମୟରେ ଗସ୍ତକରି ସଂପୃକ୍ତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ୍ ବିରୁଞ୍ଚରେ ଆମ ସଂଗ୍ରାମକୁ ଆହୁରି ଫଳପ୍ରଦ ଏବଂ ଜନାଭିମୁଖୀ କରିବା ପାଇଁ ପଶ୍ଚିମ ଓଡ଼ିଶା ବକାଶ ପରିଷଦ ତରଫରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି ।  ସେ କହିଛନ୍ତି ଯେ ବିକାଶ ପରିଷଦ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରାୟ ଦୁଇଗୁଣ ଅର୍ଥର ବ୍ୟବସ୍ଥା କରାଯାଇଛି ।

ବୃହତ୍ତର ଜିଲ୍ଲାଗୁଡ଼ିକ ପାଇଁ ପ୍ରାୟ ୩ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ସରକାରୀ ବ୍ୟବସ୍ଥା ଅନୁଯାୟୀ କୋଭିଡ୍ ପରିଚାଳନା ପାଇଁ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାରେ ବିନିଯୋଗ କରାଯିବ । ଦେବଗଡ଼, ସୁବର୍ଣ୍ଣପୁର, ନୁଆପଡ଼ା ପ୍ରଭୃତି ଜିଲ୍ଲା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନର ବ୍ୟବସ୍ଥା କରାଯିବ । ଅର୍ଥ ବରାଦ ସହ ତଦାରଖ ଏବଂ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ପଶ୍ଚିମ ଓଡ଼ିଶା ବକାଶ ପରିଷଦ ସହଯୋଗ କରିବ । ପଶ୍ଚିମ ଓଡ଼ିଶାରେ କୋଭିଡ୍ ଏବଂ କୋଭିଡ୍ ପରବର୍ତ୍ତୀ ସମୟରେ ସବୁ ସମୟରେ ବକାଶ ପରିଷଦ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତିକରଣ ଏବଂ ଅଞ୍ଚଳର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସମର୍ପିତ ।

ପଶ୍ଚିମ ଓଡ଼ିଶା ବକାଶ ପରିଷଦ ମଧ୍ୟ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଅକ୍ସିମିଟର, ଅଟୋଆନାଲାଇଜର, ଜେନେରେଟର, ବିଭିନ୍ନ ଆସବାବପତ୍ର, ସ୍ୱସ୍ଥ୍ୟସେବା କର୍ମ·ରୀଙ୍କ ଦକ୍ଷତା ବୃଞ୍ଚି ପାଇଁ ବିଭିନ୍ନ କାଯର୍ୟକ୍ରମ, ଆଇସିୟୁଗୁଡ଼ିକର ସଂପ୍ରସାରଣ, ଅମ୍ଳଜାନ ସୁବିଧା, ଆମ୍ବୁଲାନ୍ସ ସେବା ଅ ।ଦିରେ ରହିଥିବା ଅଭାବଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।ବର୍ତ୍ତମାନ ପ୍ରାୟ ପ୍ରତି ଜିଲ୍ଲାରେ ଆଇସିୟୁ ଶଯ୍ୟା ସୁବିଧା ରହିଛି । ଏହାର ଦୃଢ଼ିକରଣ ନିମନ୍ତେ ଏବଂ ଏଥିରେ ଆନୁଷଙ୍ଗିକ ସୁବିଧାର ପୂର୍ଣ୍ଣ ଉପଲବ୍ଧି ନିମନ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ୱାସ୍ଥ୍ୟ ବିଭାଗ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟସେବାରେ ଯେପରି କୌଣସି  ଅଭାବ ପରିଲକ୍ଷିତ ନହୁଏ ସେଥି ପ୍ରତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହଯୋଗ କରିବ । ଅଟୋ ଆନାଲାଇଜର, ୟୁଜିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ଉପକରଣ କ୍ରୟ ନିମନ୍ତେ ମଧ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଯୋଗାଯୋଗ କରି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛି ।ଜିଲ୍ଲାପାଳମାନେ ତାଙ୍କ ଜିଲ୍ଲାର ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ବକାଶ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁଦାନର ବିନିଯୋଗ କରିବେ । ପଶ୍ଚିମ ଓଡ଼ିଶା ବକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଉନ୍ନୟନ କମିଶନର ପ୍ରମୁଖ ବିଭିନ୍ନ ପଦାଧିକାରୀ ବିଭିନ୍ନ ଜିଲ୍ଲାକୁ ଯାଇ ଅ ।ବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ଏହି ଅ ।ଲୋଚନାରେ ଅଂଶଗ୍ରହଣ କରିଥିଲେ ।