Odia News Portal

ଜାତୀୟ କ୍ରୀଡା ମହିଳା ଫୁଟବଲ ଫାଇନାଲରେ ଓଡ଼ିଶା

ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା, ତାମିଲନାଡୁକୁ ପେନାଲଟି ସୁଟଆଉଟରେ ୩-୦ରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳରେ ଦୁଇ ଦଳର ସ୍କୋର ୨-୨ରେ ସୀମିତ ରହିଲା ପରେ ପେନାଲଟି ସୁଟଆଉଟର ସହାୟତା ନିଆଯାଇଥିଲା। ଏଥିରେ ଓଡ଼ିଶା ତିନିଟି ଗୋଲ ସ୍କୋର କରିଥିବା ବେଳେ ତାମିଲନାଡୁ ଗୋଲ ଦେବାରେ ବିଫଳ ହୋଇଥିଲା । ଫାଇନାଲରେ ଓଡ଼ିଶାର ମୁକାବିଲା ମଣିପୁର ସହ ହେବ । ସେମିଫାଇନାଲରେ ମଣିପୁର ଆସାମ କୁ ୫-୦ ଗୋଲରେ ହରାଇଛି ।