Odia News Portal

ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବାର ଉପାୟ ?

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଣିଷ ଜୀବନରେ ଗ୍ରହମାନଙ୍କର ପ୍ରଭାବ ପଡିଥାଏ।ତେବେ ମଣିଷ ଜୀବନରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ଶନି ଗ୍ରହଙ୍କ ପ୍ରଭାବ ଗମ୍ଭୀର ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ଦେବ ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ ମିଳୁଛି ବା ସେ କେଉଁ କର୍ମର ଫଳ ଭୋଗୁଛନ୍ତି। ଏଥିପାଇଁ ଶନିଙ୍କ ସାଢେସାତୀର ଦୁଷ୍ପପ୍ରଭାବ ରୁ ବଞ୍ଚିବା ପାଇଁ ଜ୍ୟୋତିଷଶାସ୍ତ୍ରରେ କିଛି ଉପାୟ ରହିଛି। ଯାହା ଦ୍ୱାରା କି ଆପଣ ଶନି ଦେବଙ୍କ କୋପରୁ ମୁକ୍ତି ପାଇପାରିବେ ।

  • ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ପ୍ରତ୍ୟେକ ଶନିବାର କଳା ରଙ୍ଗର ବସ୍ତ୍ର ଉପରେ ବସି ଶନି ସ୍ତୋତ୍ର ଏବଂ ଶନି ଚାଳିଶା ପାଠ କରନ୍ତୁ। ଏହାପରେ ଶନିଦେବଙ୍କ ମନ୍ଦିର ଯାଇ ଆଳତି କରନ୍ତୁ।
  • ଶନିବାର ସନ୍ଧ୍ୟାରେ କଳା କୁକୁରଙ୍କୁ କଳା ଚଣା ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ହୁଏ ତାହେଲେ ଗରିବଙ୍କୁ ମଧ୍ୟ କଳା ଚଣା ଦାନ କରନ୍ତୁ।ଏହା ଦ୍ୱାରା ଶନି ଦେବଙ୍କ କୋପ ଦୃଷ୍ଟିରୁ ଆପଣ ବର୍ତ୍ତି ପାରିବେ ।
  • ନିଜ ବାମ ଗୋଡରେ କଳା ସୁତା ବାନ୍ଧନ୍ତୁ। ପ୍ରତ୍ୟେକ ଶନିବାର ଦିନ କଳା ବସ୍ତ୍ର ଦାନ କରନ୍ତୁ। ଯଦି ସମ୍ଭବ ନ ହୁଏ ତାହେଲେ କଳା ରୁମାଲ ମଧ୍ୟ ଆପଣ ଦାନ କରିପାରିବେ।
  • ପ୍ରତ୍ୟେକ ଶନିବାର ହନୁମାନଙ୍କ ମନ୍ଦିର ଯାଇ, ହନୁମାନ ଚାଳିଶା ପାଠ କରିବା ସହ ଭଗବାନ ହନୁମାନଙ୍କୁ ରାଶି ତେଲ ପ୍ରଦାନ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଭଗବାନ ହନୁମାନଙ୍କ କୃପା ସହ ଶନି ଦେବଙ୍କ କୃପା ମଧ୍ୟ ମିଳିଥାଏ ।
  • ଏକ ଗିନାରେ ସୋରିଷ ତେଲ ନେଇ ସେଥିରେ ନିଜ ଛବି ଦେଖନ୍ତୁ। ଏହାପରେ ଶନି ମନ୍ଦିର ଯାଇ ଏହି ତେଲର ଦୀପ ଜଳାନ୍ତୁ। ଏହି ତେଲକୁ ଆପଣ ଦାନ ମଧ୍ୟ କରିପାରିବେ।
  • ପ୍ରତିଦିନ ପକ୍ଷୀମାନଙ୍କୁ ୭ ପ୍ରକାଶ ଶସ୍ୟ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ହୁଏ ତାହେଲେ କୁଷ୍ଠ ରୋଗୀଙ୍କ ସେବା କରନ୍ତୁ। କୁଷ୍ଠ ରୋଗୀଙ୍କ ସେବା କଲେ ଖୁବ ଶୀଘ୍ର ଶନିଙ୍କ ପ୍ରକୋପରୁ ରକ୍ଷା ମିଳିଥାଏ ବୋଲି କୁହାଯାଏ।