Odia News Portal

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରକୋପ । ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କେନ୍ଦୁଝର ।

ତେବେ ଅନୁଗୁଳ ଓ ସୁବର୍ଣ୍ଣପୁରରେ ରେକର୍ଡ ଭାଙ୍ଗିଛି ବର୍ଷା ବିତ୍ପାତ । ଅନୁଗୁଳର ତାଳଚେରରେ ସର୍ବାଧିକ ୩୯୪ ମିମି ବର୍ଷା ରେକର୍ଡ ହୋଇଛି । ସୁବର୍ଣ୍ଣପୁରର ବୀରମହାରାଜପୁରରେ ୩୭୨ ମିମି ବର୍ଷା ରେକର୍ଡ ହୋଇଛି । ସୋନପୁର ଟାଉନରେ ୨୭୧.୮ ମିମି, ବୌଦ୍ଧରେ ୨୬୨ ମିମି, ପାଟଣାଗଡ଼ରେ ୨୫୧ ମିମି ବର୍ଷା ହୋଇଛି । ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।