Odia News Portal

ମାସ୍କ ଚେକିଂ ବେଳେ ଚାପୁଡ଼ା ଖାଇଗଲେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର ହେବାକୁ ବସିଲାଣି | ଯାହାକୁ ଦୃଷ୍ଟିରେ ରଖି ଦେଶରେ ମାସ୍କ ଚେକିଂ ବ୍ୟବସ୍ଥା କଡ଼ାକଡ଼ି ହେବାରେ ଲାଗିଛି | ତେବେ ଉତ୍ତରପ୍ରଦେଶରେ ମାସ୍କ ଚେକିଂ ସମୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି | ମାସ୍କ ପିନ୍ଧିନଥିବା ଅମାନିଆକୁ ତାଗିଦ କରିବା ଥାନା ବାବୁଙ୍କ ପାଇଁ ମହଙ୍ଗା ପଡ଼ିଛି । ମାସ୍କ ଚେକିଂ ସମୟରେ ଥାନା ବାବୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଛି ଅମାନିଆ ଯୁବକ । ଥାନାଧିକାରୀ ମାଡ଼ ଖାଇଥିବା ଜଣାପଡ଼ିବା ପରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧରିଆଣି ପୋଲିସ ଅଭିଯୁକ୍ତକୁ ଧରିଥିବା ଦାବି କରୁଥିବା ବେଳେ ଥାନା ବାବୁଙ୍କୁ ମାଡ଼ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଘଟଣାଟି ଉତ୍ତରପ୍ରଦେଶର ଖୁସିନଗରରେ ଘଟିଛି।

ଭାଇରଲ ଭିଡିଓ ଅନୁଯାୟୀ, ଉତ୍ତରପ୍ରଦେଶ ଫାଜିଲନଗର ଥାନା ଅଧିକାରୀ ଦଗବିଜୟ ସିଂହ ପୋଲିସ ଗାଡ଼ିରେ ବସି ମାସ୍କ ପିନ୍ଧିନଥିବା ଜଣେ ଯୁବକଙ୍କୁ ଗାଳି ଗୁଲଜ କରୁଥିବା ସମୟରେ ଯୁବକ ଜଣକ ଦିଗବିଜୟଙ୍କ ଉପରେ ହାତ ଉଠାଇବା ପରେ ସେଠାରୁ ଦୌଡ଼ି ପଳାଇଯାଇଥିଲା । ପାଖରେ ଥିବା ଜଣେ କନେଷ୍ଟବଲ୍‌ ତାକୁ ଧରିବାକୁ ପଛେ ପଛେ ଦୌଡ଼ିଥିଲେ । କିନ୍ତୁ ଧରିବାରେ ବିଫଳ ହୋଇଥିଲେ।