Odia News Portal

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧିକାର ନ୍ୟୁଜ : ସମ୍ବିଧାନ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହେଁ କି, ଗୋଟିଏ ପରିବାରରୁ ଏକାଧିକ ଲୋକ ରାଜନୀତିକୁ ଆସନ୍ତୁ । ଏହାସହ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଛନ୍ତି ମୋଦି । ଏହି ଦିନ ଦେଶ ପାଇଁ ଏକ ଦୁଃଖଦ ଦିନ ବୋଲି ସେ କହିବା ସହ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରମୁଖ ଯୋଗଦେଇଥିଲେ । କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।