Odia News Portal

ପାକିସ୍ତାନରେ ଟ୍ରେନ ଦୁର୍ଘଟଣାରେ ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହରରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ମୁହାଁମୁହିଁ ଦୁର୍ଘଟଣା ହୋଇଛି ।

ଉଭୟ ଟ୍ରେନ ଏବେ ରେଳ ଧାରଣା ଉପରେ ପଡ଼ିରହିଛି । ତେବେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆହତ ଲୋକଙ୍କୁ ଉଦ୍ଧାର କରିଛନ୍ତି । କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀ ସଂଖ୍ୟା ଅଧିକ ନଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ଏବେ ସାଧାରଣା ଘଟଣା ପାଲଟି ଯାଇଛି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି। ସେଠିକାର ସରକାର ସିଗନାଲକୁ ସଜାଡିବା ଉପରେ ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।