Odia News Portal

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର? ଆଜି ନିର୍ବାଚନ

କିଏ ହେବ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ? ଆଜି ବିଏମ୍‌ସି ଡେପୁଟି ମେୟର ପାଇଁ ହେବ ନିର୍ବାଚନ । ରାଜଧାନୀର କିଏ ଡେପୁଟି ମେୟର ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରରେ ଜଣେ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଡେପୁଟୀ ମେୟର ପଦ ପାଇଁ ଉଭୟ ପୁରୁଷ ଓ ମହିଳା କର୍ପୋରେଟର ଜୋରଦାର ଲବି ଚଳାଇଛନ୍ତି ।

ଡେପୁଟି ମେୟର ପଦ ପାଇଁ ଯେଉଁ ନାଁକୁ ନେଇ ଚର୍ଚ୍ଚା ଚାଲିଛି ସେମାନଙ୍କ ମଧ୍ୟରୁ ଅଛନ୍ତି ୱାର୍ଡ ନମ୍ବର ୮ର ଲାଲ୍‌ମୋହନ ଟୁଡୁ ଓ ୧୮ ନମ୍ବର ୱାର୍ଡର ବିପ୍ଲବ ବେହେରା। ତେବେ ବିଜେଡି ସୁପ୍ରିମୋ ଯାହା ନାଁରେ ମୋହର ମାରିବେ ସେ ହିଁ ଡେପୁଟି ମେୟର ହେବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ସୂଚନା ଦେଇଛନ୍ତି । ବିଏମସିର ସମୁଦାୟ ୬୭ଟି ୱାର୍ଡ ରହିଛି । ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ହିଁ ଡେପୁଟି ମେୟର ପଦ ଯିବ।