Odia News Portal

ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍ୱେଟ୍’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଡିଙ୍ଗକୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଡିଙ୍ଗକୋଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାକୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ । ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।