Odia News Portal

ମହାଷ୍ଟମୀରେ ଭାରତର ମହାବିଜୟ

ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ବିଜୟ ହୋଇଛି । ବିଶାଖାପାଟଣାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍ରେ ହରାଇଛି। ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକାକୁ। ହେଲେ ଆଜି ଶେଷ ଦିନ ମଧ୍ୟାହ୍ନ ଭୋଜନ ପରେ ଦକ୍ଷିଣ ଆଫ୍ରିକା ମୋଟ୍ ୧୯୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଏହି ବିଜୟ ସହିତ ଭାରତ ମୋଟ୍ ୩ଟି ଟେଷ୍ଟ ମ୍ୟାଚରୁ ଗୋଟିଏ ଟେଷ୍ଟ ନିଜ ନାମରେ କରିଛି।