Odia News Portal

ଓସାକା ଅଷ୍ଟ୍ରେଲିଆନ୍ ଓପନ୍‌ ବିଜୟିନୀ

ସିଡନୀ : ନୂଆବର୍ଷରେ ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକାଙ୍କୁ ବଡ଼ ସଫଳତା ମିଳିଛି । ସେ ଜେନ୍‌ ବ୍ରାଡିଙ୍କୁ ହରାଇ ଅଷ୍ଟ୍ରେଲିଆନ୍‌ ଓପନ୍‌-୨୦୨୧ ଟାଇଟଲ୍ ବିଜୟିନୀ ହୋଇଛନ୍ତି । ଫାଇନାଲ ମ୍ୟାଚ‌କୁ ୬-୪ ଏବଂ ୬-୩ରେ ଜିତି ନେଇଛନ୍ତି ଓସାକା। ସେ ଦ୍ବିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଛନ୍ତି। ଓସାକା ମହିଳା ସିଙ୍ଗଲ୍ସରେ ପ୍ରଥମ ସେମିଫାଇନାଲ୍‌ରେ ୩୯ ବର୍ଷୀୟା ସେରେନାଙ୍କୁ ୬-୩, ୬-୪ରେ ହରାଇଥିଲେ।

ଏହା ପୂର୍ବରୁ ୨୦୧୮ରେ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସେରେନାଙ୍କୁ ହରାଇ ଓସାମା କୌଣସି ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚିଥିଲେ। ଜାପାନର ନାଓମି ଓସାକା ଗତବର୍ଷ ୟୁଏସ୍‌ ଓପନ ଟାଇଟଲ୍‌ ଜିଣିଥିବା ବେଳେ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିୟନ ହୋଇଥିଲେ।

ସେପଟେ ଆମେରିକାର ୨୨ ବର୍ଷୀୟା ବ୍ରାଡି ସେମିଫାଇନାଲ୍‌ରେ ଗଣରାଜ୍ୟର ୨୫ ବର୍ଷୀୟା କାରୋଲିନା ମୁଚୋଓ୍ବାଙ୍କୁ ୬-୪,୩-୬, ୬-୪ରେ ପରାଜିତ କରିଥିଲେ। ବ୍ରାଡି ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପହଞ୍ଚିଥିଲେ। ଓସାକା, ବ୍ରାଡିଙ୍କୁ ଗତବର୍ଷ ୟୁଏସ୍‌ ଓପନରେ ସେମିଫାଇନାଲ୍‌ରେ ହରାଇଥିଲେ।