Odia News Portal

ଅଶୁଭ ଅଧିନାୟକ!

ନୂଆଦିଲ୍ଲୀ: ଗତକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ କ୍ରିକଟେରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଶୁଭ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ଭଲ ଫର୍ମରେ ରହିଛି । ମାତ୍ର ଶେଷ ସମୟରେ ପରାଜୟ ବରଣ କରୁଛି । ଏଣୁ ବିରାଟ କୋହଲି ଅଧିନାୟକତ୍ୱ ଅଶୁଭ ବୋଲି କେତେକ ୟୁଜର୍ସ ସୋସିଆଲ ମିଡିଆରେ ମତ ଦେଇଛନ୍ତି । ଭାରତ ୨୦୧୯ ବିଶ୍ୱକପରେ ଦମଦାର ଫର୍ମରେ ଥିଲା । ମାତ୍ର ଶେଷରେ ପରାଜୟ ବରଣ କରିଥିଲା ।

ସୂଚନା ଥାଉକି, ଭାରତ ୨୦୧୪ ଟି-୨୦ ବିଶ୍ୱକପ ଫାଇନାଲରେ ମ୍ୟାଚ ହାରିଥିଲା । ୨୦୧୫ ବିଶ୍ୱକପରେ ସେମିଫାଇନାଲରେ ହାରିଥିଲା । ୨୦୧୬ରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପରାଜୟ । ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲ ପରାଜୟ । ୨୦୧୯ରେ ବିଶ୍ୱକପରେ ଫାଇନାଲରେ ମଧ୍ୟ ହାରିଥିଲା ଭାରତ । ଆଉ ଏବେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ମଧ୍ୟ ହାରିଛି । ଲଗାତାର ଭଲ ଖେଳ ପ୍ରଦର୍ଶନ ସତ୍ୱେ ପରାଜୟକୁ ନେଇ ବିଭିନ୍ନ ମହଲ ଓ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।