Odia News Portal

ଓଁ ସାଇ, ଶ୍ରୀ ସାଇ, ଜୟ ଜୟ ସାଇର ଅର୍ଥ କଣ?

ଭୁବନେଶ୍ୱର: ଶିରିଡ଼ିର ଶ୍ରୀ ସାଇବାବାଙ୍କ ଉଦ୍ଦେଶ୍ୟରେ ରଚିତ ଏହି ମନ୍ତ୍ରଟି ଏକ ସାର୍ବଜନୀନ ସ୍ୱୀକୃତ ମନ୍ତ୍ର । ବାବାଙ୍କର ସମସ୍ତ ଭକ୍ତ ଏହି ମନ୍ତ୍ର ପାଠ କରନ୍ତି । ସମସ୍ତ ହିନ୍ଦୁ ମନ୍ତ୍ରର ମୂଳ ଶବ୍ଦ ହେଉଛି ଓଁ । ଏହି ଓଁ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାର ଆଦି ଶକ୍ତି । ଏହାକୁ ପ୍ରଣବ ତତ୍ତ୍ୱ ବୋଲି ମଧ୍ୟ କୁହାଯାଏ । ବାବାଙ୍କ ଏହି ମନ୍ତ୍ରର ପ୍ରଥମରେ ତେଣୁ ଓଁ ଶବ୍ଦ ସୁଂଯୁକ୍ତ କରାଯାଇଛି । ଶ୍ରୀ ସାଇର ଅର୍ଥ ବାବାଙ୍କୁ ଆବାହନ କରିବା । ଜୟ ସାଇର ଅର୍ଥ ସାଇଙ୍କର କୀର୍ତ୍ତିଗାନ କରିବା ।