Odia News Portal

ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସାମିଲ ହେବେ ନବୀନ

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ଯାସ କରିବେ । ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ପ୍ରଦାନ କରିବେ ।

ଶିଳାନ୍ଯାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ । ଡିସିପି ଓ ୫ ଅତିରିକ୍ତ ଡିସିପି ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ ।

୧୦ ଜଣ ଏସିପି ୧୯ ଇନ୍ସପେକ୍ଟର ୬୯ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୬ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ । ୫୦ ଜଣ ବନ୍ଧୁକ ଧାରୀ ପୋଲିସ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିପରି ସଭାସ୍ଥଳ ଓ ହେଲିପ୍ୟାଡ଼ ସ୍ଥାନରେ କଡ଼ା ସୁରକ୍ଷା ବ୍ଯବସ୍ଥା ଅବଲମ୍ବନ କରାଯାଇଛିା । ୩୨୦୦ରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ବମ୍ ସ୍କ୍ବାଡ୍ ସଭାସ୍ଥଳ ସ୍ଥିତି ଯାଞ୍ଚ କରୁଛନ୍ତି।