Odia News Portal

ମାଆର ଶିଳପୁଆ ମାଡରେ ଝିଅର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ଥାନା କଲାମେଘା ଏନ୍ଟିପିସି ଥଇଥାନ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡ଼ରେ ନାବାଳିକା ଝିଅର ମୃତ୍ୟୁ । ହତ୍ୟା ପରେ ମାଆର ମଧ୍ୟ ଆତ୍ମହତ୍ୟା ଉଦ୍ୟମ । କିନ୍ତୁ ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖବର ଅନୁଯାୟୀ, ପୂର୍ବରୁ ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଛି । ଏହି କଲୋନୀରେ ମାଆ ଓ ଝିଅ ଏକାଠି ରହୁଥିଲେ । ନାବାଳିକା ଝିଅ ୩ରୁ ୪ ଜଣ ପିଲାଙ୍କ ସହିତ ସବୁବେଳେ କଥାବାର୍ତ୍ତା ହେଉଥିଲେ । ଯାହାକୁ ମାଆ ବିରୋଧ କରିଆସୁଥିଲେ । ଅନ୍ୟ ପଟେ ବାପାର ମୃତ୍ୟୁ ପରେ ମାଆ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସଂପର୍କ ରହିଛି । ଯାହାକୁ ନେଇ ମାଆ-ଝିଅଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡ଼ା ହୁଏ ।
ତେବେ ଗତ ୧୭ ତାରିଖ ଦିନ ଝିଅ ମୋବାଇଲରେ ଜଣେ ପିଲାଙ୍କ ସହିତ କଥା ହେବା ବେଳେ ମାଆ ତାଗିଦ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଥରେ ଝଗଡା ହୋଇଥିଲା । ଏଥିରେ ମାଆ ରାଗି ଯାଇ ଶିଳପୁଆରେ ଝିଅର ମୁହଁକୁ ମାରିଥିଲେ । ଝିଅ ଗୁରୁତର ହୋଇ ତଳେ ପଡିଯାଇଥିଲେ । ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମାଆ ଘର ଭିତରେ ଝିଅର ମୃତଦେହକୁ ରଖି ହେମଗାରି ଚାଲିଯାଇଥିଲେ । ଶନିବାର ଦିନ ମାଆ ଫେରି ପଡ଼ୋଶୀ ଲୋକଙ୍କ କହିଥିଲେ କି, ତାଙ୍କ ଝିଅଙ୍କୁ କେହି ହତ୍ୟା କରିଦେଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସର ପଚରାଉଚରା ପରେ ମାଆ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ । ଏବଂ ସେ ତାକୁ ୟୁରିଆ ସାର ମଧ୍ୟ ଖୁଆଇଥିଲେ ବୋଲି ମାନିଥିଲେ ।