Odia News Portal

ମହେଶ ମୁକେଶ ମୁହାଁମୁହିଁ

ପାଲଲହଡ଼ା: ବିଧାୟକ ଓ ସାଂସଦଙ୍କ ମଧ୍ୟରେ ହାତାହାତି ପରିସ୍ଥ୍‌ିତି ସୃଷ୍ଟି ହୋଇଛି । ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳୁଛି । ପାଲଲହଡ଼ାରେ କୋଭିଡ ସେଣ୍ଟର ଉଦଘାଟନ ସମୟରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି । ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ମଧ୍ୟ ଜୋର ଧରିଥିବା ଦେଖିବାକୁ ମିଳିଛି ।

ଆଜି ପାଲଲହଡା ଆଦର୍ଶ ସ୍କୁଲରେ କୋଭିଡ କେୟାର ସେଣ୍ଟର ଉଦଘାଟନ ହେଉଥିଲା । ବିଧାୟକ ଓ ସାଂସଦ ସେଠାରେ ଉପସ୍ଥିତ ରହିବା ଲାଳଗି ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିଲା । ତେବେ ନିର୍ଦ୍ଧାରିତ ହୋଇଥିବା ସମୟ ୧୦ ପପୂର୍ବରୁ ଆସିନଥିଲେ ସାଂସଦ ମହେଶ ସାହୁ । ସେପେଟ ସାଂସଦଙ୍କ ବିଳମ୍ବ ହେବାରୁ ବିଧାୟକ ଫିତା କାଟି ଦେଇଥିଲେ । ସାଂସଦ ପହଞ୍ଚିବା ପରେ ଏହି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ସର୍ବସମ୍ମୁଖରେ ବିଧାୟକଙ୍କୁ ଅଶାଳିନ ଭାଷାରେ ଗାଳି ଦେଇଥିଲେ ସାଂସଦ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।