Odia News Portal

ଆଜି ବି ୪ ହଜାର ପାର, ଖୋର୍ଦ୍ଧାରୁ ସର୍ବାଧିକ ୮୭୬

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୦ଜଣ,ବରଗଡ଼ ଜିଲ୍ଲାରୁ ୧୮୩ଜଣ, ଭଦ୍ରକ ଜିଲ୍ଲାରୁ ୫୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୭ଜଣ, ବୌଦ୍ଧ ଜିଲ୍ଲାରୁ ୨୨ଜଣ, କଟକ ଜିଲ୍ଲାରୁ ୩୭୪ଜଣଷ ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୩ଜଣ, ଗଜପତି ଜିଲ୍ଲାରୁ ୫୮ଜଣ, ଗଞ୍ଜାମ ଜିଲ୍ଲାରୁ ୬୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୮ଜଣ, ଯାଜପୁର ଜିଲ୍ଲାରୁ ୧୬୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪ଜଣ, କନ୍ଧମାଳ ଜିଲ୍ଲାରୁ ୭୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୯ଜଣ, କେନ୍ଦୁଝର ଜିଲ୍ଲାରୁ ୮୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୭୬ଜଣ, କୋରାପୁଟ ଜିଲ୍ଲାରୁ ୮୩ଜଣ, ମାଲକାନଗିରି ଜିଲ୍ଲାରୁ ୬୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୬ଜଣ, ନୟାଗଡ଼ ଜିଲ୍ଲାରୁ ୪୭ଜଣ, ନୂଆପଡା ଜିଲ୍ଲାରୁ ୧୧୯ଜଣ, ପୁରୀ ଜିଲ୍ଲାରୁ ୨୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୮୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୪ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୮ଜଣ, ଷ୍ଟେଟ ପୁଲ୍‌ରୁ ୨୬୨ଜଣ ରହିଛନ୍ତି ।