Odia News Portal

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ପୁଣି କରେନାରେ ଆସିଲା ଦୁଃଖ ଖବର । ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତନ ଆଣିଥିଲେ ରାଧାମୋହନ। ପୂର୍ବରୁ ଓଡ଼ିଶାର ସୂଚନା କମିସନର ଥିଲେ ରାଧାମୋହନ। ରାଧାମୋହନ ପୁରୀ ଏସସିଏସ କଲେଜରେ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସେ ସୂଚନା କମିସନର ଥିଲେ ।

ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି । ସେ ରାଜ୍ୟର ସୂଚନା କମିସନର ଦାୟିତ୍ୱ ତୁଲାଉଥିଲେ ଏବଂ ଭାରତର ପଦ୍ମଶ୍ରୀ ଉପାଧି ଅଳକୃତ କରିଥିଲେ। ସେ ଜଣେ ଭଲ ମଣିଷ ଓ ପରିବେଶବିତ୍ ଭାବରେ ସାରା ରାଜ୍ୟରେ ଲୋକପ୍ରିୟ ଥିଲେ । ଜୈବିକ କୃଷି କ୍ଷେତ୍ରରେ ରାଧାମୋହନଙ୍କ ବୈପ୍ଳବିକ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏଇ ଦୁଃଖଦ ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।