Odia News Portal

ମା’ ଧନକର ପୀଠରେ ମକର ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ କଲେଜ ଛକରେ ଠାରେ ମା’ ଧନକର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ । ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏବଂ ଡା. ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉକ୍ତ ପୀଠର ଦେବା ଦେବୀ ମାନଙ୍କୁ ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ସଂସ୍କୃତି ପରମ୍ପରାର ରୀତିନୀତି ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିବା ବେଳ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।

ଉକ୍ତ ଉତ୍ସବ କାର୍ଯ୍ୟକ୍ରମକୁ ସଭାପତି ଡା. ବିଶ୍ୱାଳଙ୍କ ମୁଖ୍ୟ ଭୂମିକା ଅତୁଳନୀୟ ବୋଲି ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ସଦସ୍ୟାମାନେ ମତବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହୃଷିକେଶ ସ୍ୱାଇଁ, ସତ୍ୟବ୍ରତ ରାଉତ, ପ୍ରଦୀପ ରାଉତ, ରାଜକିଶୋର ସାହୁ ସୁକାନ୍ତ ମହାନ୍ତି, ଦୁଷ୍ମନ୍ତ ରାଉତ, ଲୋକନାଥ ରାଉତ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଉତ୍ସବରେ ସହଯୋଗ କରିଥିଲେ |