Odia News Portal

ମଦୁଆ ସ୍ୱାମୀର ନିର୍ଯାତନା ସହି ନପାରି ୫ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି । ମଦୁଆ ସ୍ୱାମୀର ଅକଥନୀୟ ନିର୍ଯାତନାକୁ ସହିପାରିଲେନି ସ୍ତ୍ରୀ । ପ୍ରତିଦିନ ମଦ ପିଇ ଘରକୁ ଆସି ଝଗଡ଼ା କରିବା ସହ ମାର ଧର କରୁଥିଲା ସ୍ୱାମୀ । ଶେଷରେ ୫ଜଣ ଝିଅଙ୍କୁ ନେଇ ଟ୍ରେନ ଆଗରେ ଡେଇଁ ପଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ମାହାସାମୁଣ୍ଡା ଜିଲ୍ଲାରୁ ଆସିଛି ଏଭଳି ଖବର । ମୃତକମାନେ ହେଲେ ମା ଉମାଙ୍କ ସମେତ ଝିଅ ଅର୍ଣ୍ଣପୂନ୍ନା (୧୮), ଯଶୋଦା (୧୬), ଭୁମିକା (୧୪), କୁମକୁମ୍ (୧୨), ତୁଳସୀ (୧୦) ଆତ୍ମହତ୍ୟା କରିଛନ୍ତି ।