Odia News Portal

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ତଦନ୍ତ ଜାରି ରଖିଛି ।

ମିନତୀଙ୍କ ସ୍ୱାମୀ ଛୋଟରାୟ ମୁଣ୍ଡା ତାଙ୍କୁ ଛାଡ଼ିଦେଇଛନ୍ତି । ତେବେ ସେ ଯାଜପୁର ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ନଦୀରେ କମ ପାଣିଥିବାବେଳେ ତାଙ୍କର କିପରି ମୃତ୍ୟୁ ହୋଇଛି ତାଙ୍କୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।