Odia News Portal

ଡମଣା, ଇନ୍ଦ୍ର ଧନୁ ମାର୍କେଟ୍ ସିଲ୍

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ହାଟ ବଜାରରେ ଲୋକମାନେ କଟକଣା ମାନୁ ନଥିବାରୁ ବିଏମସି ଦୁଇଟି ମୁଖ୍ୟ ମାର୍କେଟକୁ ବନ୍ଦ କରିଛି ।

ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ ବିଏମ୍‌ସି ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ।

କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମ୍‌ସି।  ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି  ।ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି । ଦୋକାନୀମାନଙ୍କୁ ମଧ୍ୟ ବିଏମ୍‌ସି ଟିମ୍ ତାଗିଦ କରିବା ସହ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି।  ।